Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଦୂର୍ଗାପୂଜା ଚାନ୍ଦା ମାଗି ୨ ଗିରଫ; ଗିରଫ ଅଭିଯୁକ୍ତ ଜଣେ ଦହିବରା ବେପାରୀ ଓ ଜଣେ ଠେଲା ଜଳଖିଆ ଦୋକାନୀ ଅନ୍ୟପକ୍ଷରେ ଏହି ଅଭିଯୋଗ ମିଥ୍ୟା ଏବଂ କଟକରେ ପୂଜା ପାଇଁ କାହାଠାରୁ ଜୋରଜବରଦସ୍ତ ଚାନ୍ଦା ଆଦାୟ କରାଯାଉନାହିଁ ବୋଲି ସ୍ପଷ୍ଟୀକରଣ ରଖିଛି ପୂଜା କମିଟି।

 




29-September-2021


📌


reporter/- SRINIBASH ROUT

ପୂଜା ଚାନ୍ଦା ମାଗୁଥିଲେ ଧମକ୍ ଦେଉଥିଲେ ହେଲେ ଗିରଫ। ମଙ୍ଗଳବାର (୨୮-ସେପ୍ଟେମ୍ବର-୦୨୧) ଦୂର୍ଗାପୂଜା ପାଇଁ ଚାନ୍ଦା ମାଗିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ମାଲଗୋଦାମ ପୋଲିସ୍। 


ଏହି ଦୁଇ ଅଭିଯୁକ୍ତ କଲେଜ ଛକ ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ଜୋର ଜବରଦସ୍ତ ୧୩ ହଜାର ଟଙ୍କା ଚାନ୍ଦା ମାଗିଥିଲେ। ତେବେ ସେ ଚାନ୍ଦା ଦେବାକୁ ଅସମର୍ଥ ହେବାରୁ ତାଙ୍କୁ ଧମକ୍ ଚମକ୍ ଦେଇଥିବା ଅଭିଯୋଗ ହୋଇଛି ।ଏନେଇ ମାଲଗୋଦାମ ଥାନାରେ ଅଭିଯୋଗ ପରେ ମଙ୍ଗଳବାର ପୋଲିସ୍ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହି ଘଟଣାରେ ଯଦି ଅନ୍ୟମାନଙ୍କ ସମ୍ପୃକ୍ତିର ପ୍ରମାଣ ମିଳେ, ତେବେ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି କଟକ ଜୋନ୍ ଏସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି।  ସେ ଆହୁରି କହିଛନ୍ତି, କାହା ପାଖରୁ ଜୋର ଜବରଦସ୍ତ ପୂଜା ଆଳରେ ଚାନ୍ଦା ଆଦାୟ କରାଯିବ ନାହିଁ।  ତାହା ଉପରେ ଆମେ ଦୃଷ୍ଟି ରଖିଛୁ। 



୨ ଅଭିଯୁକ୍ତ ହେଲେ: ହେଲେ ଶରତ କୁମାର ବେହେରା ଓ ରାକେଶ ବେହେରା ।ଏହି ୨ ଜଣ  ଏକ ପୂଜା କମିଟିର  କର୍ମକର୍ତ୍ତା ବୋଲି ଶୁଣିବାକୁ ମିଳୁଛି ।










🌐

SOCIAL NEWS ଓଡ଼ିଆ

Post a Comment

0 Comments