28-NOVEMBER-2021
🌐
BY: SRINIBASH ROUT
ଅଙ୍ଗନୱାଡି ସୁପରଭାଇଜର ସୁଲୋଚନା ଅର୍କ ଜଣେ ଅଙ୍ଗନୱାଡ଼ି କର୍ମୀଙ୍କ ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।ସୁପରଭାଇଜରଙ୍କଠାରୁ ରାସାୟନିକ ପ୍ରଲେପ ଦିଆ ୧୩ ହଜାର ୫ଶହ ଟଙ୍କା ଜବତ ହୋଇଛି। ଏ ନେଇ ଭିଜିଲାନ୍ସ ଏକ ମାମଲା(ନଂ.୪୦/୨୧) ରୁଜୁ କରିଛି। ଜୟନ୍ତପୁର ଅଙ୍ଗନଓ୍ବାଡି କେନ୍ଦ୍ରରେ କିଛି ଦିନ ତଳେ ଶୁଖିଲା ଖାଦ୍ୟ ଓ କିଛି ସାମଗ୍ରୀ କିଣାଯାଇ ଥିଲା। ସୁପରଭାଇଜର ଅର୍କ କେନ୍ଦ୍ର ପରିଦର୍ଶନରେ ଆସିଥିବା ସମୟରେ ଅଙ୍ଗନଓ୍ବାଡି କର୍ମୀ ତାଙ୍କୁ କିଣାଯାଇଥିବା ସାମଗ୍ରୀର ବିଲ୍ ଦେଇ ଟଙ୍କା ରିଲିଜ୍ କରିଦେବାକୁ ଅନୁରୋଧ କରିଥିଲେ। ହେଲେ ସୁପରଭାଇଜର ବିଲ୍ ପାସ ନ କରି ଦିନ ଗଡାଇ ଚାଲିଥିଲେ। ପରେ ସେ ୨୦ ହଜାର ଟଙ୍କା ଦାବି କରିଥିଲେ। ଶେଷରେ ୧୩,୫୦୦ଟଙ୍କାରେ ବୁଝାମଣା ହୋଇଥିଲା। ଏ ନେଇ ଅଙ୍ଗନଓ୍ବାଡି କର୍ମୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଗତକାଲି ଅର୍ଥାତ୍ ଶନିବାର ୨୭ ତାରିଖରେ ସୁପରଭାଇଜର ଟଙ୍କା ନେବା ସମୟରେ ଯୋଜନା ମୁତାବକ ଉପସ୍ଥିତ ରହିଥିବା ଭିଜିଲାନ୍ସ ଅଧିକାରୀ ତାଙ୍କୁ କାବୁ କରିଥିଲେ।
www.socialnewsodiaofficial.blogspot.com

0 Comments