Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ପୋଲିସ ଦେବ ୫ ଲକ୍ଷ ଟଙ୍କା; ପିହୁ ସମ୍ପର୍କରେ ସୂଚନା ଦେଲେ ପୋଲିସ ପକ୍ଷରୁ ମିଳିବ ୫ ଲକ୍ଷ ଟଙ୍କା ପୁରସ୍କାର - ଅଭିଯୋଗ ପିହୁ ନିଖୋଜ ହେବାର ଦୁଇ ବର୍ଷ ବିତିଥିଲେ ବି POLICE ଖୋଜି ବାହାର କରିବାରେ ବିଫଳ ହୋଇଛି ।

 


31/August/2022


📌


BY: SRINIBASH ROUT

ବହୁଚର୍ଚ୍ଚିତ ପିହୁ ନିଖୋଜ ମାମଲା, ପୋଷ୍ଟର ମାରିଲା ବିଞ୍ଝାରପୁର ପୋଲିସ ।ଖବର ଅନୁସାରେ ଯାଜପୁର ବିଞ୍ଝାରପୁର ଥାନା ମଧୁସୁଦନ ପୁର ଗ୍ରାମର କୁନି ଝିଅ ପିହୁର ନିଖୋଜକୁ ପ୍ରାୟ ଦୁଇ ବର୍ଷ ହୋଇଛି। ଏବେ ବି କୁନି ଝିଅର କୌଣସି ସନ୍ଧାନ ମିଳିପାରି ନାହିଁ। ଏନେଇ ବିଝାଂରପୁର ପୋଲିସ ପକ୍ଷରୁ ଥାନା ସହ ସ୍ଥାନୀୟ ବିଭିନ୍ନ ଛକରେ ପୋଷ୍ଟର ଲଗାଯାଇଛି। ପିହୁର ମାଆ ସିବିଆଇ ତଦନ୍ତ ଲାଗି ଜିଲ୍ଲା ପ୍ରଶାସନ ସହ ରାଜ୍ୟ ସରକାରଙ୍କୁ ଦାବି କରିଆସୁଛନ୍ତି ।ଏହାରି ଭିତରେ ପିହୁକୁ ଉଦ୍ଧାର କରିବା ଲାଗି ସହାୟତା ଓ ସୂଚନା ଦେବା ବ୍ୟକ୍ତିକୁ ପୋଲିସ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରି ତଦନ୍ତକୁ ଆଗକୁ ନେବାକୁ ଉଦ୍ୟମ କରାଯାଉଥିବା ବିଝାଂରପୁର ଥାନା ଅଧିକାରୀଙ୍କ ସୂଚନାରୁ ଜଣାପଡ଼ିଛି। 




https://socialnewsodiaofficial.blogspot.com

Post a Comment

0 Comments