Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ହରିଶ୍ଚନ୍ଦ୍ର ଯୋଜନା: ମୃତ୍ୟୁ ବରଣ କରିଥିବା 'ସମାରି ବରିହା' ପରିବାର କୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ପ୍ରଦାନ କଲେ ସରପଞ୍ଚ - କେନ୍ଦ୍ର ଏବଂ ରାଜ୍ୟ ସରକାର ଦୁଃଖି ଓ ଗରିବ ଲୋକଙ୍କ ପାଇଁ ସର୍ବଦା ନିଜ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି ।

 


29-APRIL- 2022


📌


BY: SRINIBASH ROUT

ଗରିବ ତଥା ନିରାଶ୍ରୟ ଲୋକଙ୍କ ମୃତ୍ୟୁ ପରେ ସେମାନଙ୍କ ମୃତଦେହ ଦାହ କରିବା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ରାଶି ଯୋଗାଇ ଦେଉଛନ୍ତି ।ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଲକ୍ ଅନ୍ତର୍ଗତ ଖପ୍ରାଖୋଲ ଗ୍ରାମପଞ୍ଚାୟତର ମହୁରୁଣ୍ଡି ଗ୍ରାମର ସମାରି ବରିହାଙ୍କ ଗତ ୨୫/୪ ରେ ତାଙ୍କ ଦେହାନ୍ତ ହୋଇଥିଲା ।ତାଙ୍କ ପରିବାର ଏକ ନିରୀହ ପରିବାର ହୋଇଥିବାରୁ ତାଙ୍କର ଘରେ ତାଙ୍କର ଶୁଦ୍ଧି କ୍ରିୟା କରିବା ପାଇଁ ତାଙ୍କର ପାଖରେ ଆର୍ଥିକ ସ୍ଥିତି ଠିକ୍ ନଥିବା ଖବର ନବ ନିର୍ବାଚିତ ସରପଞ୍ଚ ଶ୍ରୀମତି ବେଟିଖାଇ ସନ୍ଦ୍ରିଆ ଶୁଣିବାକୁ ପାଇ ସାଙ୍ଗେ ସାଙ୍ଗେ ସମାରି ବରିହାଙ୍କ ପୁଅ କୈଳାଶ ବରିହାଙ୍କୁ ଡ଼ାକି ଖବର ର ସତ୍ୟତା ପଚାରି ବୁଝିଥିଲେ ।ଗୁରୁବାର ଖପ୍ରାଖୋଲ ପଞ୍ଚାୟତ ର ସରପଞ୍ଚ ୧୩ନଂ ୱାର୍ଡ଼ ମେମ୍ବର ବାବୁଲାଲ ଭୋଇ ଙ୍କ ତତ୍ତ୍ଵାବଧାନରେ ପଞ୍ଚାୟତକୁ ଡ଼ାକି ମୃତକର ନାତି ଜଗନ୍ନାଥ ବରିହାଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ପ୍ରଦାନ କରିଛନ୍ତି ।ଟଙ୍କା ପାଇ କୈଳାଶ ବରିହା ଓ ତାଙ୍କ ପୁଅ ଜଗନ୍ନାଥ ବରିହା ନବ ନିର୍ବାଚିତ ସରପଞ୍ଚ ଙ୍କୁ ଧନ୍ୟବାଦ ଦେଇଥିଲେ ।ତେବେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ଏକ ହଜାରରୁ ଦୁଇ ହଜାର ଟଙ୍କା ଦେବାର ନିୟମ ରହିଛି। ଏହି ଅର୍ଥରେ ମୃତ ବ୍ୟକ୍ତିର ପରିବାର ସଦସ୍ୟ ଶୁଦ୍ଧି କ୍ରିୟା କାର୍ଯ୍ୟ କରିପାରିବେ। ଏପରିକି ପଞ୍ଚାୟତ ଅଞ୍ଚଳରେ କୌଣସି ଅଚିହ୍ନା, ଅଜଣା ବ୍ୟକ୍ତିଙ୍କ ମୃତଦେହକୁ ଅନ୍ୟତ୍ର ସ୍ଥାନାନ୍ତର କରିବା କିମ୍ବା ସତ୍କାର କରିବା ନିମନ୍ତେ ପୋଲିସ ମାଧ୍ୟମରେ ଏହି ସହାୟତା ଯୋଗାଇ ଦେବାର ନିୟମ ରହିଛି।


ମୃତ୍ୟୁ ହେଉଥିବା ବ୍ୟକ୍ତିଙ୍କ ଶବ ସତ୍କାର ଉଦ୍ଦେଶ୍ୟରେ ସରକାର ଏହି ସହାୟତା ପ୍ରଦାନ କରୁଛନ୍ତି। ଏହି ଯୋଜନାରେ ଉଭୟ ବିପିଏଲ୍‌ ଓ ଏପିଏଲ୍‌ ପରିବାର ସଦସ୍ୟଙ୍କୁ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା ରହିଛି। 



https://socialnewsodiaofficial.blogspot.com

Post a Comment

0 Comments