୦୬.୧୦.୨୦୨୨
Editor- ମାଧବାନନ୍ଦ ସ୍ବାଇଁ
ଆଜି କେନ୍ଦ୍ରାପଡା ଜିଲ୍ଲା ରାଜନଗରର ବହୁ ପ୍ରସିଦ୍ଧ ମା ଦୁର୍ଗାଙ୍କ ଭସାଣି ଯାତ୍ରା ଯାହା ଓଡିଶାର ପ୍ରସିଦ୍ଧ ଭସାଣିଯାତ୍ରା ବୋଲି କୁହାଯାଏ । କହିବାର ଅର୍ଥ ହେଲା ଏଠାରେ ମା ଦୁର୍ଗତି ନାସିନୀ ମା ଦୁର୍ଗାଙ୍କୁ ୭ ଘେରା ଅର୍ଥାତ ଚାପ ଦେଇ ବିସର୍ଜନ କରାଯାଇଥାଏ । ବିଭିନ୍ନ ଭୁଟି ଭୁଟିର ଶବ୍ଦ ଶହ ଭକ୍ତ ହୁଳି ହୁଳି ହରିବୋଲରେ କମ୍ଫି ଉଠେ ଏ ହଂସୁଆ ନଦୀର ପୀଠ । ରାଜନଗର ପୋଲ ହେଉ ଅବା ରାଜନଗର ଘାଟଗଳି କିମ୍ବା ଡିଆପାରି ଗାଁ ନଦୀ ପାଖ ସ୍ପର । ୧କିମି ପର୍ଯ୍ୟନ୍ତ ଗୋାଲର୍ଦ୍ଧରେ ଭୁଟି ଭୁଟି ରାଉଣ୍ଡ ନେଲାପରେ ମା ଦୁର୍ଗତି ନାସିନୀ ମା ଦୁର୍ଗାଙ୍କୁ ବିସର୍ଜନ କରାଯାଇଥିଲା ନଦୀର ଚର୍ତୁପାର୍ଶ୍ବରେ ଭକ୍ତଙ୍କ ଗହଳି ଦେଖି ଲେ ଜଣାପଡେ ଏ ରାଜନଗର ଅଞ୍ଚଳ ଭସାଣି ପାଇଁ କାହିଁକି ପ୍ରସିଦ୍ଧ ଵୋଲି ।
ଏ ଭସାଣି ଯାତ୍ରାରେ ରାଜନଗର ପ୍ରସାଶନ ତରଫରୁ ସୁନ୍ଦର ଭାବେ ପଦକ୍ଷେପ ମଧ୍ୟ ନିଆଯାଇଥିଲା କିପରି ଭକ୍ତମାନେ ମାଙ୍କୁ ଦର୍ଶନ ସଠିକ ଭାବେ କରିପାରିବେ ସେଥିପାଇଁ ରାଜନଗର ପୋଲିସ ,ରାଜନଗର ତହସିଲଦାରଙ୍କ ମିଳିତ ଉଦ୍ୟମରେ ଥାନା ଅଧିକାରୀ ଶ୍ରିକାନ୍ତ କୁମାର ବାରିକ ତହସିଲଦାର ଅଶ୍ବିନି କୁମାର ଭୂୟାଁ ମଧ୍ୟ ଭୁଟୁ ଭୁଟିରେ ପରିଦର୍ଶନ କରି ତଦାରଖ କରୁଥିଲେ
ଆଉ ଯେଉଁଠାରେ ଭକ୍ତମାନେ ଅଧିକ ଗହଳି କରୁଥିଲେ ନଦୀପଠାଠୁ ତାଙ୍କୁ ଦୁରେଇ ରହିବା ପାଇଁ ପରାମର୍ଶ ମଧ୍ୟ ପୋଲିସକର୍ମିମାନେ ଦେଉଥିଲେ । ଆଉ ସଫଳ ଭାବେ ମା ଦୁର୍ଗାଙ୍କ ବିସର୍ଜନ ମଧ୍ୟ କରାଯାଇଥିଲା ଆଉ ସବୁଠାରୁ ବଡ କଥା ହେଲା ସକାଳ ୧୦ଟାରୁ ୧ ଟା ୨୦ ପର୍ଯ୍ୟନ୍ତ ବର୍ଷା ନଥିଲା କିନ୍ତୁ
। ମା ଯେତେବେଳେ ବିସର୍ଜନ ନେଲେ ସେତେବେଳେ କେଉଁଠି ଥିଲା ଅଦିନିଆ ବର୍ଷା ଗାଳି ଦେଇଗଲା ବହୁ ଭକ୍ତମାନେ କହୁଥିଲେ ମାଙ୍କ ଆଖିରୁ ଅଶ୍ରୁ ଝରିଲା... . ଯାହା ବି ହେଉ ଏହି ଧରାପୃଷ୍ଠରୁ ସମସ୍ତଙ୍କୁ ଦିନେ ନା ଦିନେ ବିଦାୟ ନେବାକୁ ହେବ..
0 Comments