Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ହେବନି ହାଲୁଆ ଉତ୍ସବ - ଚଳିତ ବର୍ଷର (୨୦୨୨-୨୩) ସାଧାରଣ ବଜେଟ୍ ଫେବୃୟାରୀ ପହିଲାରେ ସଂସଦରେ ଉପସ୍ଥାପନ ହେବ, ପ୍ରତିବର୍ଷ ବଜେଟ୍ ପୂର୍ବରୁ ହେଉଥିବା ହାଲୁଆ ଉତ୍ସବ ଚଳିତ ବର୍ଷ ହେବ ନାହିଁ ।
ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା- ଡ.ଭେଙ୍କଟରମନ ଅନନ୍ତ ନାଗେଶ୍ୱରନ ଦେଶର ନୂତନ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି, ୨୦୧୯ରେ ସେ ୨ ବର୍ଷ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୀତିକ ପରାମର୍ଶଦାତା ପରିଷଦ ରେ ଦାୟିତ୍ୱ ତୁଲାଇଥିଲେ ।
ରାଜ୍ୟ ମୁଖ୍ୟ ବିଚାରପତି- ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଡ଼କ୍ଟର ଏସ. ମୁରଲୀଧର କେନ୍ଦ୍ରାପଡା ଜିଲ୍ଲା ଅଦାଲତ ପରିଦର୍ଶନ କରିଛନ୍ତି, ଓକିଲ ସଂଘ ପକ୍ଷରୁ ଜିଲ୍ଲାରେ ଭିଜିଲାନ୍ସ ଓ ଶ୍ରମ ଅଦାଲତ ପ୍ରତିଷ୍ଠା ପାଇଁ ମୁଖ୍ୟ ବିଚାରପତି ଙ୍କୁ ନିବେଦନ କରାଯାଇଛି।
ଜାମତାର ଗ୍ୟାଙ୍ଗର ପର୍ଦ୍ଦାଫାଶ; ସାଇବର ଠକେଇ କରୁଥିବା ଝାଡଖଣ୍ଡର ଜାମତାର ଗ୍ୟାଙ୍ଗର ପର୍ଦ୍ଦାଫାଶ କଲା ଓଡ଼ିଶା କ୍ରାଇମବ୍ରାଞ୍ଚ୍, ଜାମତାରା ଗ୍ୟାଙ୍ଗ କୁ ନେଇ କେନ୍ଦ୍ର ଠାରୁ ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ ।
ହିଂସ୍ର ମାଓବାଦୀଙ୍କ ଲଙ୍କାକାଣ୍ଡ- ଛତିଶଗଡ଼ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ମାଓ ହିଂସା, ୩ଟି ଟ୍ରକ୍‌କୁ ନିଆଁ ଲଗାଇ ଜାଳି ଦେଇଛନ୍ତି ମାଓବାଦୀ: ଘଟଣା ସ୍ଥଳରେ ସିଆରପିଏଫ୍‌ ଓ ଡିଆରଜି ବାହିନୀ ପହଞ୍ଚି କୋମ୍ବିଂ ଅପରେଶନ ଆରମ୍ଭ କରିଛନ୍ତି।