Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
Showing posts from 2021Show all
ଅନଲାଇନ୍‌ରେ ହେବ ପରିବହନ ବିଭାଗ କାମ; ନୂଆ ବର୍ଷରୁ ପରିବହନ ବିଭାଗରେ ଆସିବ ନୂଆ ସଂସ୍କାର ଏଣିକି ପରିବହନ ବିଭାଗର ସବୁ କାମ ଅନଲାଇନ୍‌ରେ ହେବ- ଆଉ ଗାଡିଚାଳକଙ୍କୁ ଆରଟିଓ ଅଫିସକୁ ବାରମ୍ବାର ଧାଇଁବାକୁ ପଡ଼ିବନାହିଁ।
 ୫ ମହାନଗର ନିଗମ ବସ୍ତିବାସିନ୍ଦାଙ୍କୁ ମିଳିବ ଘର; ଜାଗା ମିଶନରେ ୫ ମହାନଗର ନିଗମର ବସ୍ତିବାସିନ୍ଦାଙ୍କୁ ମିଳିବ ଘର, ୬ ମାସରେ ସଂପୂର୍ଣ୍ଣ ହେବ କାର୍ଯ୍ୟ- ୯୩୮ଟି ବସ୍ତିର ପ୍ରାୟ ୧ ଲକ୍ଷ ୯୦ ହଜାର ପରିବାରର ୮ ଲକ୍ଷ ୫୮ ହଜାର ବସ୍ତିବାସିନ୍ଦା ହେବେ ଉପକୃତ ।
 ୨ ଦିନ ବନ୍ଦ୍ ଶିମିଳିପାଳ ଅଭୟାରଣ୍ୟ; ମୟୂରଭଞ୍ଜର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ତଥା ବାଘ ଅଭୟାରଣ୍ୟ ଶିମିଳିପାଳ ୨ ଦିନ ବନ୍ଦ୍ ରହିବ ଘନ କୁହୁଡି ଯୋଗୁ ରାସ୍ତା ଠିକ୍‌ ଭାବେ ଦେଖାଯାଉ ନ ଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଲା ବନ ବିଭାଗ ।
ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ୨ ଗିରଫ; କନ୍ଧମାଳ ଜିଲ୍ଲା କୋଟଗଡ ବନାଞ୍ଚଳରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ଚୋରା ଚାଲଣକାରୀ ଗିରଫ -ଏସଟିଏଫର ଟିମ୍ ଓ ବନ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା ।
 ୩ ଦିନ ପାଇଁ ବନ୍ଦ୍ ରହିବ ଶ୍ରୀମନ୍ଦିର; କରୋନା ସଂକ୍ରମଣର ଭୟାବହତା କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଡ଼ିସେମ୍ବର ୩୧ରୁ ୨ତାରିଖ ଯାଏଁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ ଭକ୍ତ - ନୂଆବର୍ଷ ରେ ମିଳିବନି ବାଳିଆ ଦର୍ଶନ ।
ଭିଜିଲାନ୍ସ ପକ୍ଷରୁ କିରାଣିଙ୍କ ଘରେ ଚଢ଼ାଉ; ଗଞ୍ଜାମ ଜିଲ୍ଲା ରାସ୍ତା ଓ ଗୃହ ନିର୍ମାଣ ବିଭାଗ-୧ କାର୍ଯ୍ୟାଳୟର କନିଷ୍ଠ କିରାଣି ଏଲ. କାମରାଜୁ ଦାସଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ପକ୍ଷରୁ ହେଲା ଚଢ଼ାଉ ।
ତହସିଲ କାର୍ଯ୍ୟାଳୟ ଆରଆଇ ଗିରଫ; ଜଗତସିଂହପୁର ଜିଲ୍ଲା ଏରସମା ତହସିଲ କାର୍ଯ୍ୟାଳୟ ଆରଆଇ ସମୀର ମଲ୍ଲିକ ଗିରଫ ଜମି ପଟ୍ଟା କରାଇ ଦେବାକୁ କହି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ହେଲେ ଗିରଫ ।
ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ଚିହ୍ନ; ଆଉ କିଛି ଦିନ ମଧ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି ଏହା ପୂର୍ବରୁ ନିର୍ବାଚନ କମିଶନରଙ୍କ ତରଫରୁ ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟଙ୍କ ପାଇଁ ଜାରି ହେଲା ଚିହ୍ନ ବା ସଙ୍କେତ।
ଦୂର ହେଲା ପେନସନ ଭୋଗୀ ଙ୍କ ସମସ୍ୟା; ମୁଖ୍ୟମନ୍ତ୍ରୀ ପେନସନ ଭୋଗୀ ଙ୍କ ପାଇଁ ଡିଜିଟାଲ ଲାଇଫ୍ ସାର୍ଟିଫିକେଟର କଲେ ଶୁଭାରମ୍ଭ- ପେନସନ ଭୋଗୀ ଙ୍କ ପାଇଁ ଏଭଳି ଡିଜିଟାଲ ସେବା କାର୍ଯ୍ୟକାରୀ କରିବାରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ।
ଏସଟିଏଫ ଜାଲରେ ବାଘ ଛାଲ ବେପାରୀ; ଖୋର୍ଦ୍ଧା ବାଣପୁର ଥାନା ଗମ୍ଭାରୀ ମୁଣ୍ଡା ଅଞ୍ଚଳରୁ ବାଘ ଛାଲ ଜବତ କଲା STF ବାଘ ଛାଲ ବିକ୍ରି ପାଇଁ ଡିଲ ଚାଲୁଥିବା ବେଳେ ମାଡି ବସିଲା STF -ରତ୍ନାକର ସାହୁ ନାମକ ଜଣେ ଅଭିଯୁକ୍ତ ଗିରଫ।
ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ନିଷ୍ପତ୍ତି-ବଦଳିପାରେ; କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ୍ ଥିବାରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା ହେଲେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏହି ନିଷ୍ପତ୍ତି ବଦଳିପାରେ- ଡିଏମଇଟି ରମାରମଣ ମହାନ୍ତି ।
ଗୋଟେ ଗାଁରୁ ୨ଟୋ ଚୋରି
ଗୁଡ଼ି ସୂତା ଲାଗି ଯୁବକ ମୃତ; ଏଭଳି ଏକ ଦୁଃଖଦ ଖବର ଆସିଛି କଟକ ଜଗତପୁର ପୀରବଜାର ଅଞ୍ଚଳରୁ ବାଇକ୍‌ରେ ନିଜ ସ୍ତ୍ରୀଙ୍କୁ ସାଥିରେ ନେଇ ଯାଉଥିବା ବେଳେ ହଠାତ୍ ଏକ ଗୁଡି ସୂତା ତାଙ୍କ ବେକରେ ଛନ୍ଦି ହୋଇଯାଇଥିଲା -ମୃତ ଯୁବକ ହେଲେ ଜୟନ୍ତ ସାମଲ ।
ଗୁଗଲ୍ (Google) ଗଣିବ ଜରିମାନା-୭୫୦ କୋଟି; ଆମେରିକାର ଲୋକପ୍ରିୟ ଟେକ୍‌ କମ୍ପାନୀ ଗୁଗଲ୍ ଉପରେ ୧୦ କୋଟି ଡଲାର ଅର୍ଥାତ୍‌ ୭୫୦ କୋଟି ଟଙ୍କାର ଜରିମାନା ଲଗାଇଲା ରୁଷର ଏକ ଅଦାଲତ- ସରକାରଙ୍କ ଚେତାବନୀ ସତ୍ତ୍ବେ ଗୁଗଲ୍ ଆପତ୍ତିଜନକ ଅନଲାଇନ୍ କଣ୍ଟେନକୁ ଡିଲିଟ୍‌ କରିନଥିଲା।
ସୁରକ୍ଷା ଦେବ ୧୨ କୋଟିର ମର୍ସିଡିଜ୍-ମେବ୍ୟାକ S 650 କାର୍‌; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ସାମିଲ ହେଲା ୧୨ କୋଟିର ମର୍ସିଡିଜ୍-ମେବ୍ୟାକ S 650 କାର୍‌- ଦେଶର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାଇତ୍ୱ ଏସ୍‌ପିଜି (SPG) ଉପରେ ରହିଛି ।
ସୌରଭ ଗାଙ୍ଗୁଲି କରୋନା ପଜିଟିଭ; ଭାରତୀୟ କ୍ରିକେଟ୍ କେଣ୍ଟ୍ରାଲ ବୋର୍ଡ଼ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କରୋନା ପଜିଟିଭ ଚିହ୍ନଟ -ଏହା ପୂର୍ବରୁ ଗାଙ୍ଗୁଲିଙ୍କ ପରିବାର ଲୋକେ କିଛି ମାସ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ ।
ବିଶ୍ୱରେ ଭୟଙ୍କର ହେଉଛି ଓମିକ୍ରନ୍; କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଫଳରେ ଦିନକୁ ଦିନ ଦ୍ରୁତ ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ଭାରତରେ ମଧ୍ୟ ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା -ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ’)କଲା ସତର୍କ।
ପଞ୍ଚାୟତ ନିର୍ବାଚନ ବାତିଲ; ଦେଶରେ ଓମିକ୍ରନ୍‌ ଆତଙ୍କ ମଧ୍ୟରେ ମଧ୍ୟପ୍ରଦେଶ କ୍ୟାବିନେଟର ବୈଠକରେ ଆସିଥିବା ନିୟମାବଳୀ ପ୍ରତ୍ୟାହାର କରି ପଞ୍ଚାୟତ ନିର୍ବାଚନ ବାତିଲ କରିବାକୁ କୁହାଯାଇଥିବା ଜଣାପଡ଼ିଛି ।
୧୭୭ କୋଟିରୁ ଅଧିକ ଟଙ୍କା ଜବତ; ଶେଷ ହୋଇଛି ଦୀର୍ଘ ୩୬ ଘଣ୍ଟାର ମାରାଥନ କାଉଣ୍ଟିଂ ପ୍ରକ୍ରିୟା ରେଡ୍ ପରେ ଜବତ ହୋଇଛି ୧୭୭ କୋଟି ୪୫ ଲକ୍ଷ ଟଙ୍କା- ଦେଶର ସର୍ବବୃହତ ଚଢ଼ାଉ -ଟଙ୍କା ଗଣିବା ଲାଗି ବ୍ୟବହୃତ ହୋଇଥିଲା ୧୯ଟି ମେସିନ୍ ।
ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ; ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧର ଭାରତର ବିଜୟକୁ ୫୦ ବର୍ଷ ପୂର୍ତ୍ତୀ ନେଇ ଦେଶର ସଶସ୍ତ୍ର ବାହିନୀଙ୍କୁ କଲେ ପ୍ରଶଂସା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି- ୨୦୧୪ ଅକ୍ଟୋବର ୩ରେ ମନ କି ବାତର ପ୍ରଥମ ଏପିସୋଡ ପ୍ରସାରିତ ହୋଇଥିଲା ।
 ୩୦ ଜଣଙ୍କୁ ହତ୍ୟା କରି ଜାଳି ଦେଲେ ଯବାନ; କାରେନି ମାନବାଧିକାର ସଂଗଠନ ପକ୍ଷରୁ କୁହାଯାଇଛି କାୟା ରାଜ୍ୟରେ କିଛି ଦିନ ଧରି ହିଂସାକାଣ୍ଡ ବଢିଛି ଏବଂ ସାମରିକ ସରକାର ପକ୍ଷରୁ ଗଣହତ୍ୟା କରାଯାଉଛି -ଶାସନରେ ଥିବା କାବିଜ ସେନା ବିରୋଧରେ ଲୋକଙ୍କ ଆକ୍ରୋଶ ବଢ଼ିବାରେ ଲାଗିଛି ।
ଜିରୋ ନାଇଟ୍ ସେଲିବ୍ରେସନକୁ ନା; ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ, କଲ୍ୟାଣ ମଣ୍ଡପ ସବୁଠି କଟକଣା- ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ଥିବାରୁ ଭିଡ ନିୟନ୍ତ୍ରଣ ପାଇଁ କଟକଣା ଲାଗୁ କରାଯାଇଛି -କେବଳ କୋଭିଡ କଟକଣା ଭିତରେ ବାହାଘର ଓ ଶ୍ରାଦ୍ଧୋତ୍ସବକୁ ଅନୁମତି ।
ପଞ୍ଚାୟତ ନିର୍ବାଚନ- ପୁଣି ପ୍ରକାଶ ପାଇଲା ବିଜ୍ଞପ୍ତି; ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ନେଇ ପୁଣି ପ୍ରକାଶ ପାଇଲା ଚିଠା ବିଜ୍ଞପ୍ତି -୭ଟି ଅଧ୍ୟକ୍ଷ ପଦ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ଥିବା ବେଳେ ୫ଟି ଅଧ୍ୟକ୍ଷ ପଦ ଅନୁସୂଚିତ ଜନଜାତି ଓ ୧୦ ଅଧ୍ୟକ୍ଷ ପଦ ଅଣସଂରକ୍ଷିତ ।
ଚିତ୍ତରଞ୍ଜନ ପଲେଇ ହତ୍ୟା ଘଟଣା, ୨ ଗିରଫ; ବହୁଚର୍ଚ୍ଚିତ ଚିତ୍ତରଞ୍ଜନ ପଲେଇ ହତ୍ୟା ଘଟଣାର ପ୍ରମାଣ ଲାଗିଲା କ୍ରାଇମବ୍ରାଞ୍ଚ୍ ଟିମ୍ ହାତରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା କ୍ରାଇମବ୍ରାଞ୍ଚ୍ - ଦୁଇ ଅଭିଯୁକ୍ତ ହେଉଛନ୍ତି ଜଗନ୍ନାଥ ଷଡ଼ଙ୍ଗୀ ଓ ଅଶୋକ ଉପାଧ୍ୟାୟ ।
ଉଠାଦୋକାନୀଙ୍କୁ ମିଳିଲା କୋଭିଡ ସହାୟତା; ଖବରକାଗଜ ହକରଙ୍କ ପରେ ଉଠା ଦୋକାନୀଙ୍କୁ ତୃତୀୟ ପର୍ୟ୍ୟାୟରେ ୩୦୦୦ ଟଙ୍କା ଲେଖାଏଁ ସ୍ବତନ୍ତ୍ର କୋଭିଡ ଆର୍ଥିକ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୧୩ ପ୍ରସ୍ତାବରେ କ୍ୟାବିନେଟ୍ ମୋହର; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୋଟ ୧୩ଟି ପ୍ରସ୍ତାବ ଉପରେ ବାଜିଛି କ୍ୟାବିନେଟ୍ ମୋହର -ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
 ୩ ଲେୟାର ମାସ୍କ ପିନ୍ଧିବାକୁ ପରାମର୍ଶ; କରୋନା ଜୀବାଣୁର ଏକ ନୂତନ ତଥା ଅଧିକ ସଂକ୍ରାମକ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ପୁଣିଥରେ ସତର୍କ କଲା ସ୍ୱାସ୍ଥ୍ୟ ବିଭାଗ -ଗୋଟିଏ ଲେୟାର ମାସ୍କ ନପିନ୍ଧି ତିନି ଲେୟାର ମାସ୍କ କିମ୍ବା ଏନ୍-୯୫ ପିନ୍ଧିବା ଦେଲେ ପରାମର୍ଶ ।
ପୁରୀରେ ଲୋକାର୍ପିତ ହେଲା ‘ନିମନ୍ତ୍ରଣ’; ଭୁବନେଶ୍ବରରେ ଗ୍ରାହକ ଓ ପର୍ଯ୍ୟଟକଙ୍କ ବିଶ୍ଵାସ ଜିତି ପାରମ୍ପରିକ ଓଡ଼ିଆ ଖାଦ୍ୟ ପରସୁ ଥିବା ଓଟିଡିସି ପକ୍ଷରୁ ନିର୍ମିତ ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’ ପୁରୀରେ ମଧ୍ୟ ଲୋକାର୍ପିତ ହେଲା- ସେପ୍ଟମ୍ବର ୩ ତାରିଖରେ ‘ନିମନ୍ତ୍ରଣ’ ଉଦ୍ଘାଟିତ ହୋଇଥିଲା।
ବିଭିନ୍ନ ବିକାଶ ପ୍ରକଳ୍ପର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ; ବାରାଣସୀରେ ବିଭିନ୍ନ ବିକାଶ ପ୍ରକଳ୍ପର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିସହ ୨୧ ଶହ କୋଟିର ପରିଯୋଜନାକୁ କଲେ ଶିଳାନ୍ୟାସ -୨୦ ଲକ୍ଷରୁ ଅଧିକ ଲୋକଙ୍କୁ ଜମି ପଟ୍ଟା ।
୧୧ ହଜାର ୪୦୩ ଶିକ୍ଷକ ପଦବୀ ହେବ ପୂରଣ; ଶିକ୍ଷକ ନିଯୁକ୍ତିରେ ରେକର୍ଡ ଆଉ ୧୧୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା -ପୂର୍ବରୁ ଗୋଟିଏ ଦିନରେ ୬ ହଜାର ୧୩୧ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ
୨୨ ଜିଲ୍ଲାରେ ତିଆରି ହେବ ୫୫ଟି ନୂଆ ବସ୍‌ଷ୍ଟାଣ୍ଡ; ଗ୍ରାମାଞ୍ଚଳ ଯୋଗାଯୋଗ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ନୂଆ ବସ୍‌ଷ୍ଟାଣ୍ଡ ହେଲେ ଗ୍ରାମାଞ୍ଚଳର ଲୋକମାନେ ଅନେକ ମାତ୍ରାରେ ଉପକୃତ ହେବେ -ରାଜ୍ୟରେ ବିକାଶ କ୍ଷେତ୍ରରେ ଏହା ବେଶ ସହାୟକ ହେବ ।
ସ୍ଥଗିତ ରଖାଯାଇପାରେ UP ବିଧାନସଭା ନିର୍ବାଚନ; ଓମିକ୍ରନର ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ୫ ରାଜ୍ୟରେ ହେବାକୁ ଥିବା ନିର୍ବାଚନକୁ ସାମୟିକ ସ୍ଥଗିତ ପାଇଁ ଆହ୍ଲାବାଦ ହାଇକୋର୍ଟ ପ୍ରଧାନମନ୍ତ୍ରୀ ଓ ନିର୍ବାଚନ ଆୟୁକ୍ତ ଙ୍କୁ କଲେ ଅନୁରୋଧ
ଖବର କାଗଜ ହକର ମାନଙ୍କୁ ସହାୟତା; ପଞ୍ଜୀକୃତ ହକରଙ୍କ ପାଇଁ ସ୍ବତନ୍ତ୍ର କୋଭିଡ ସହାୟତାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ- ରାଜ୍ୟ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ,କହିଲେ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ସାରା ଦେଶରେ ଅଭିନବ ଓ ଅନନ୍ୟ ।
ଓଡିଶାରେ ଆଉ ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ; କରୋନାର ନୂଆ ଭାରିଆଂଟ ଓମିକ୍ରନ ସାରା ବିଶ୍ୱରେ ଆତଙ୍କ ଖେଳାଇ ଥିବା ବେଳେ ରାଜ୍ୟରେ ଧିରେ ଧିରେ କାୟା ମେଲାଇବାରେ ଲାଗିଛି -ଓଡ଼ିଶାରୁ ପୁଣି ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ।
କୋର୍ଟ ପରିସରରେ ବିସ୍ଫୋରଣ ୨ ମୃତ, ୪ ଆହତ; ପଞ୍ଜାବ ଲୁଧିଆନା କୋର୍ଟ ପରିସରରେ ଭୟଙ୍କର ବିସ୍ପୋରଣ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି- ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନୀଙ୍କ ବୟାନ,ସେ କହିଲେ ଏହା ଏକ ଷଡଯନ୍ତ୍ର ।
ଛାତ୍ରାବାସରୁ ୯ ଛାତ୍ର ବହିଷ୍କୃତ; ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନ ସୁଇଟ୍ ମହାବିଦ୍ୟାଳୟରେ ରାଗିଂ ଘଟଣାରେ ଛାତ୍ରାବାସରୁ ନିଲମ୍ବିତ ହେଲେ ୯ ଛାତ୍ର ଶୃଙ୍ଖଳା କମିଟିର ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ- ରାଗିଂ ପାଇଁ ଚୁଲିକୁ ଗଲା ପାଠପଢା ।
 ଇ-ମାର୍କେଟିଂ ପାଇଁ ଅନ୍‌ଲାଇନ ପୋର୍ଟାଲର ଶୁଭାରମ୍ଭ; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତିର ଇ-ମାର୍କେଟିଂ ପାଇଁ ଅନ୍‌ଲାଇନ ପୋର୍ଟାଲର କଲେ ଶୁଭାରମ୍ଭ -ଦେଶର ଏକମାତ୍ର ରାଜ୍ୟ ଭାବେ ଓଡ଼ିଶାରେ ମିଶନ ଶକ୍ତି ଭାବେ ସ୍ବତନ୍ତ୍ର ବିଭାଗ ରହିଛି।